ହେ ପ୍ରିୟା ମୋର...... ହେ ପ୍ରିୟା ମୋର......
ସିନ୍ଥିରେ ଦେଇ ଟୋପେ ସିନ୍ଦୁର
ସାଜିବ ବୋଲି କନିଆ ମୋର
ପାଲିଙ୍କି ଚଢି ମହୁରୀ ଫୁଙ୍କି
ଫୁଲ ବାଣରେ ତୋଳିବି ଘର
ଆମ ଯୋଡି ହେବ ଭାରି ସୁନ୍ଦର
ହେ ପ୍ରିୟା ମୋର..... ହେ ପ୍ରିୟା ମୋର......
ତମ ଅଗଣାରେ ଚଉଁରା ମୂଳ ରେ
ଜାଳିବି ମୁଁ ସଞ୍ଜବତୀ
କଥା ଦିଅ ମୋତେ ଜନମେ ଜନମେ
ଭୁଲିବନି କେବେ ସାଥୀ
ଇତିହାସେ ସ୍ୱର୍ଣ୍ଣାକ୍ଷରେ ଲେଖା ହେବ
କାହାଣୀ ଯେ ଆମର
ହେ ପ୍ରିୟା ମୋର...... ହେ ପ୍ରିୟା ମୋର.......
ସମୟ କାନ୍ଥ ରେ ରଙ୍ଗ ର ତୁଳି ରେ
ଆଙ୍କିବା ଆମର ଛବି
ଲିଭିବନି କେବେ ସେ ଅଲିଭା ରଙ୍ଗ
ଏଇ ପ୍ରତିଶୃତି ଦେବି
ତମେ ରାଗୁଥିବ ମୁଁ ଋଷୁ ଥିବି
ଗଢିବା ଟିକି ସଂସାର
ସିନ୍ଥିରେ ଲଗାଇ ଟୋପେ ସିନ୍ଦୁର ମୁଁ
ନେଇଯିବି ବହୁ ଦୂର
ହେ ପ୍ରିୟା ମୋର....... ହେ ପ୍ରିୟା ମୋର......
ହେ...ହେ.....ହେ.....ହେ.... ଲା.....ଲା.... ଲା.....ଲା.....
.