ରାଜେଶ କାଳିଆ କାଳୁ
ସବୁରି ଉପରେ କାଳିଆ ତୋହର
ସମାନେ ହୋଇଛି ବାଣ୍ଟି
ତୋର ସେ ଖଇନି କମଳା ପସନ୍ଦ
ଦେହେ ତୋ ଦେଇଛି ବଳ
ଶକତି ଦେଇଛି ତୃପତି ଦେଇଛି
ତୋର ସେ ବିଡି ର ନଳ
କମଳା ରଙ୍ଗର କମଳା ପସନ୍ଦ
ଦିଏ କି ଆରାମ ତତେ
ନ ଥିଲେ ହାଣ୍ଡିଆ ଏହି ଦୁଃଖ କଷ୍ଟ
କେତେ ନ ସହିଛୁ ସତେ
ଦେହ ଦୁଃଖ ପାଇଁ ସାଇତିଛୁ କେତେ
ଗଞ୍ଜେଇ ର ଗଛଲତା
ମନ ସୁଖ ଲାଗି ମଦ ପିଇ କରି
ହଜିଯାଏ ମୋର ପତା
ପେଟ ମୋ ଫୁଲାଏ ଆଖି ମୋ ଭୁଲାଏ
ମଦୁଆ ସାଙ୍ଗର ଡାକ
ସରଗ ଡାକିଲେ ମନ ବଳେ ନାହିଁ
କ୍ଲାଉଟର ଆଠ ପାଖ
ଜନମ କାଳୁ ଯେ ପୁଡିଆ ଗୁଡାଖୁ
କେତେ ନ ଖାଇଛି ମୁହିଁ
ନ ଥିଲେ ଗୁଡାଖୁ ଧୁଆଁ ଖାଏ ସିନା
ଭଲ ଲାଗୁ କିନ୍ତୁ ତୁହିଁ
ପେଟ ମୋର ପୁରେ ରାଜନିବାସରେ
ବାହାଘର ଯାତ୍ରା ବୁଲି
ଏତେ କଡ଼ା ମିଠା ପାନ ମୁଁ ଖାଏ ରେ
ଦୁନିଆର କଥା ଭୁଲି
ସଫଲ ଧୁଆଁ ଓ ପାନ ଖାଇ ମୋର
ଦାନ୍ତ ତ ହୋଇଛି କଳା
ମୁଁ ମଦ ପିଇଲେ ବାପା କୁହେ ମୋର
ଘରୁ ବାହାରକୁ ପଳା
ଦାନ୍ତ ରଙ୍ଗ କଳା ନାଲି ହଳଦିଆ
ଦେହ ରଙ୍ଗ ତ କାଳିଆ
ଚାଖନା ସାଙ୍ଗରେ ଲାଗେ ସବୁଠାରୁ
ବିଅର ଭାରି ବଢିଆ
ମୁଚୁକୁନ୍ଦ ସିନା ସାଙ୍ଗ ଭାବି କରି
ଡାକେ ମତେ ଆବାଡାବା
ମୁହିଁ ରଖିଥାଏ ସବୁବେଳେ ଅଣ୍ଟା
ତଳେ ମୋ ଗୁଡାଖୁ ଡବା
ଧୁଆଁଯେ ଖାଇଛି ସିଏତ ଜାଣିଛି
ମହତ ଏହାର କେତେ
ନାଲି ର ବିଅର। ତାକୁ ଯେ ପିଇଲେ
ଅମୃତ ଲାଗେ ସତେ