ଛୋଟ ଛୋଟ ପାଦରେ ମୋ ଭବିଷ୍ୟତ ମାପିବାର ଅଛି
ସ୍ଵପ୍ନଭରା ଆଖିରେ ମୋ ଦିନ ରାତି ଦେଖିବାର ଅଛି
ଅଗଣିତ ପ୍ରଶ୍ଣରାଜି ଢେଉ ଖେଳେ ମୋ ମନ ସାଗରେ
ଆଲୁଅରୁ ଅନ୍ଧାରରୁ ବହୁ କିଛି ଶିଖିବାର ଅଛି
ଆଜିରୁ ମୁଁ ସାଉଣ୍ଟୁଛି କାଲି ପାଇଁ ଢେର୍ ସାରା ଆଶା
ଯାହା କିଛି ଖାଲି ଅଛି ତାକୁ ସବୁ ଭରିବାର ଅଛି
ଛୋଟ ଛୋଟ ପାଦରେ ମୋ ଭବିଷ୍ୟତ ମାପିବାର ଅଛି
ଛୋଟ ଛୋଟ ପାଦରେ ମୋ ଭବିଷ୍ୟତ ମାପିବାର ଅଛି